
ଟିଟିଲାଗଡ଼ (ବ୍ୟୁରୋ) ହୁତୁ ହୁତୁ ହୋଇ ଜଳି ଗଲା ଚାଉଳ ବୋଝେଇ ଟ୍ରକ l ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର l ଆଜି ସନ୍ଧ୍ୟା ସମୟରେ ଟିଟିଲାଗଡ଼ ଝାରଦେବନ୍ଧ ଜଙ୍ଗଲର ମଝି ରାସ୍ତାରେ କୌଣସି କାରଣରୁ ଟ୍ରକରେ ନିଆଁ ଲାଗି ଯାଇଥିଲା l ସଙ୍ଗେ ସଙ୍ଗେ ଡ୍ରାଇଭର ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ l ପରେ ଅଗ୍ନିଶମ ବାହନୀ ପହଞ୍ଚି ନିଆକୁ ଆୟର୍ତ୍ତ କରିଥିଲା l ସୂଚନା ଅନୁଯାୟୀ ଟ୍ରକ ନଂ CG04DB3198 ରେ ବେଲଗାଁ ମହାବୀର ରାଇସ ମିଲ ରୁ 400 ପକେଟ ଚାଉଳ ବୋଝେଇ ଟିଟିଲାଗଡ଼ର ଚାରଭଟାରେ ଥିବା ପଣ୍ୟାଗାରକୁ ଆସୁଥିଲା ସେହି ସମୟରେ କୌଣସି କାରଣ ବଶତଃ ଟ୍ରକରେ ନିଆଁ ଲାଗି ଯାଇଥିଲା l ଟ୍ରକର ଆଗ ଅଂଶରେ ନିଆଁ ଲାଗିଥିବାରୁ ଚାଉଳର ବ୍ୟାପକ କ୍ଷୟକ୍ଷତି ହୋଇ ନାହିଁ l