
ସରସ୍ବତୀ ବିଦ୍ୟାମନ୍ଦିର, ଟିଟିଲାଗଡ଼ ଆଜି 30 ତମ ବର୍ଷରେ ପଦାର୍ପଣ କରିଛି l ଏନେଇ ଶିକ୍ଷାନୁଷ୍ଠାନରେ ଉତ୍ସବର ମାହୋଲ l ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜ୍ୟୋତିପ୍ରକାଶ ଗଡ଼ତିଆଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶିଶୁ ମନ୍ଦିର ବାସ୍ତବିକ ଭାବରେ ପିଲାଙ୍କୁ ସଂସ୍କାର, ଆଚରଣ, ସମାଜ ପ୍ରତି ସେବା, ଶାନ୍ତି ମୈତ୍ରୀ ଶିକ୍ଷା ପ୍ରଦାନ କରୁଥିବା କହିଥିଲେ l ଶିଶୁ ମନ୍ଦିର କେବଳ ବଡ଼ ମଣିଷ ନୁହେଁ ଭଲ ମଣିଷ ଦେଶକୁ ପ୍ରଦାନ କରି ଆସିଥିବା ଅନେକ ଦୃଷ୍ଟାନ୍ତ ଅବତାରଣା କରିଥିଲେ l କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ସମ୍ମାନିତ ଅତିଥି ତଥା ଶିକ୍ଷା ବିକାଶ ସମିତି ଦକ୍ଷିଣ ସମ୍ଭାଗ ସମ୍ପାଦକ ରୁଦ୍ରମାଧବ ବାରିକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ l ଶିକ୍ଷାନୁଷ୍ଠାନର ମହତ୍ୱତା ନେଇ ପରିଚାଳନା କମିଟି ସମ୍ପାଦକ ଆଇନଜୀବୀ ଡମ୍ବରୁଧର କର୍ମୀ ଆଲୋକପାତ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ୟାମସୁନ୍ଦର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଆଚାର୍ଯ୍ୟ ମାନସ ସେଠ ଧନ୍ୟବାଦ ଅର୍ପଣ କରିଥିଲେ l ପରିଚାଳନା କମିଟି ଉପସଭାପତି ସଂକୀର୍ତନ ମାଝୀ, କୋଷାଧ୍ୟକ୍ଷ ଶେଷଦେବ ମେହେର, ସଦସ୍ୟା ଅହଲ୍ୟା ନାଗ, ଝୁମିରାଣୀ ମିଶ୍ର, ଆଚାର୍ଯ୍ୟ ଅମିତ ତ୍ରିପାଠୀ, ବ୍ରଜକିଶୋର ମିଶ୍ର, ସହ ପ୍ରଧାନ ଆଚାର୍ଯ୍ୟ ନୃପରାଜ ସେଠ, ଚିନ୍ତାମଣୀ ଯୋଷୀ, ଯୁଧିଷ୍ଠିର ପାଢ଼ୀ, କୈଳାସ ଚନ୍ଦ୍ର ସାହୁ, ଆଚାର୍ଯ୍ୟା ରଞ୍ଜିତା ମିଶ୍ର, ସଂଯୁକ୍ତା ପାଣିଗ୍ରାହୀ ତଥା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକସେବିକା, ମାତୃ ଭାରତୀ, ବାଳ ଭାରତୀ, କନ୍ୟା ଭାରତୀ ଓ ପୂର୍ଵ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l