
(ବ୍ଯୁରୋ) ଟିଟିଲାଗଡ଼ ପୌର କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରେ ରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ରେହାନ ଖତ୍ରୀ, ମୁଖ୍ୟ ବକ୍ତା ଭାବେ ପ୍ରଭାବତୀ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ଡ଼ଃ ସୁନନ୍ଦା ଜତି, ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ ଥିଲେ ମଞ୍ଚାସିନ ଥିଲେ l ପୌର ନିର୍ବାହୀ ଅଧିକାରୀ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ସିଇଓ ଶୁଭଶ୍ରୀ ସାହୁ ମଞ୍ଚ ପରିଚାଳନା କରିଥିଲେ l ଏହି ସମାରୋହରେ ଟିଟିଲାଗଡ ଅବସରରେ ସ୍ୱଚ୍ଛ ସାଥି, ସୁପରଭାଇଜର ଓ ସଫେଇ କର୍ମଚାରୀଙ୍କୁ ଅତିଥି ବୃନ୍ଦ ସମ୍ମାନିତ କରିଥିଲେ l ସଭାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ମହିଲାଙ୍କୁ ଆଜି ମହିଲା ଦିବସ ଅବସରରେ ସୁଭଦ୍ରା ଯୋଜନା ସହାୟତା ଆବଣ୍ଟନ ନେଇ ଅଭିନନ୍ଦନ ଜଣାଇବା ସହ ମହିଲା ସଶକ୍ତିକରଣ କ୍ଷେତ୍ରରେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପଦକ୍ଷେପ ନେଇ ସୂଚନା ଦେଇଥିଲେ l ସେହିପରି ନାରୀ ଭାରତ ବର୍ଷରେ କେବେ ଅବଳା ନଥିଲେ ବୋଲି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ଡ଼ଃ ସୁନନ୍ଦା ଜତି କହିଛନ୍ତି