
ବ୍ଯୁରୋ:- ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ମାଁ ଘଣ୍ଟାଶୁନି ଲୋକ ମହୋତ୍ସବ ନେଇ ଟିଟିଲାଗଡ଼ ସହରର ଦୁଲୁକି ପଡିଥିଲା l ଟିଟିଲାଗଡ଼ ଉପଜିଲାପାଳ ରେହାନ ଖତ୍ରୀଙ୍କ ନେତୃତ୍ୱରେ ଘଣ୍ଟାଶୁନି ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନଙ୍କ ସମେତ ସହରର ଅନେକ ବୁଦ୍ଧିଜୀବୀ, କଳାକାର, ବିଭିନ୍ନ ଶିକ୍ଷାନୁଷ୍ଠାନର ଏନସିସି, ସ୍କାଉଟ, ଗାଇଡ଼, ରେଡ଼କ୍ରସ ଦଳ ସାମିଲ ହୋଇଥିଲେ lମଞ୍ଚରେ ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ଟିଟିଲାଗଡ଼ ବ୍ଲକ ସମେତ ମୁରିବାହାଲ, ତୁରକେଲା, ସଇଁତଲା, ବଙ୍ଗୋମୁଣ୍ଡା ଆଦି ବ୍ଲକର କଳାକାର ନିଜ ପ୍ରଦର୍ଶନରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ l ଟିଟିଲାଗଡ଼ ଉପଜିଲାପାଳ ଶ୍ରୀ ଖତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନ ମୁଖ୍ୟଅତିଥି ତଥା ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ତୁରକେଲା ବ୍ଲକ ଅଧ୍ୟକ୍ଷା ପୁଜା ବେହେରା, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁଵାଲା ବେହେରା, ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ଜିଲା ପରିଷଦ ସଭ୍ୟ ହିମାଞ୍ଚଲ ବୁଡ଼େକ, ସଞ୍ଜୟ ବେହେରା, ଗୀତା ବିଶି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ l ଗାଁ କଳାକାରଙ୍କ ଲୋକବାଦ୍ୟ, ଲୋକ ନୃତ୍ୟ, ଲୋକ ନାଟକ, ଲୋକଗୀତରେ ଦର୍ଶକ ଖୁବ ଉପଭୋଗ କରିଥିଲେ l ଉଦଯାପନୀ କାର୍ଯ୍ୟକ୍ରମରେ ଉପଜିଲାପାଳ ଶ୍ରୀ ଖତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟଅତିଥି, ଟିଟିଲାଗଡ଼ ବିଧାୟକ ନବୀନ ଜୈନ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ l ଦୁଇ ବିଧାୟକ ଶ୍ରୀ ବାଗ ଏବଂ ଶ୍ରୀ ଜୈନ କଳାକାରଙ୍କୁ ଭଗବାନ ବୋଲି ଅଭିହିତ କରିଥିଲେ l ତାଙ୍କ ସରକାର ସୁଭଦ୍ରା ଯୋଜନାରେ ମହିଲାଙ୍କୁ ସହାୟତା, ଚାଷୀଙ୍କ ଧାନ କ୍ୱିଣ୍ଟାଲ ପ୍ରତି 3500 ଟଙ୍କାରେ କ୍ରୟ, 80 ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଏବଂ 80 ପ୍ରତିଶତ ଭିନ୍ନକ୍ଷମଙ୍କୁ 3500 ଟଙ୍କାର ଭତ୍ତା ବିଜେପିର ଡବଲ ଇଂଜିନ ସରକାର ପ୍ରଦାନ କରିଥିବା କହିଥିଲେ l ଟିଟିଲାଗଡ଼ ଡ଼ିଏଭି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଟିଟିଲାଗଡ଼ ଉପଖଣ୍ଡ ମାଟିର କଳା ଦେଶବିଦେଶରେ ପରିଚିତ ଥିବା କହିଥିଲେ l ଟିଟିଲାଗଡ଼ ବିଡ଼ିଓ ଚନ୍ଦ୍ରମଣୀ ନାଗ, ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ଚିନ୍ତାମଣୀ ମହାପାତ୍ର, ଧବଳେଶ୍ୱର ଦଳବେହେରା, ବ୍ୟଙ୍ଗ କବି ଟିକେଲାଲ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ବିଜେପି ନଗର ସଭାପତି ତଥା କାଉନସିଲର ବୁଦ୍ଧିଆ ଆଚାର୍ଯ୍ୟ, ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ବରିଷ୍ଠ ବିଜେପି ନେତା ହରି ନାରାୟଣ ମିଶ୍ର, ଶ୍ୟାମ ପ୍ରସାଦ ଶର୍ମା, ସୁଧିର ଘଡେଇ, ଅଶୋକ ଭୋଇ, ନରେଶ ରାଜପାଲିଆ, ହରି ନାଗ, ମୋହନ ଶର୍ମା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l