
ଶିଶୁର ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରି ପରିପ୍ରକାଶ କରିବାକୁ ଶିକ୍ଷା କୁହାଯାଏ l ଶିକ୍ଷା ଜୀବନ ସହିତ ଓତପ୍ରୋତଃ ଭାବରେ ଜଡ଼ିତ । ଶିକ୍ଷା ଚରିତ୍ରକୁ ରୁଚିସମ୍ପନ୍ନ ଓ ପ୍ରଗତିଶୀଳ କରିବାରେ ସହାୟକ ହୋଇଥାଏ।ଏହି ଶିକ୍ଷା ବିଦ୍ୟାଳୟରୁ ହିଁ ମିଳିଥାଏ। ଟିଟିଲାଗଡ଼ ସହରରେ ଅବସ୍ଥିତ ଅଗ୍ରଣୀ ଏଭଳି ଏକ ବିଦ୍ୟାଳୟ ଓମଭେଲି ସିବିଏସଇ ଦ୍ୱାରା ଶ୍ରେଷ୍ଠ ମାନ୍ୟତା ପାଇବା ଗୌରବର ବିଷୟ ହୋଇଛି l ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଜେଇଇ , ନିଟ ସମେତ ଅନେକ ପରୀକ୍ଷାରେ ସଫଳତା ଲାଭ କରିଛନ୍ତି l ଉତ୍ସର୍ଗୀକୃତ ଏହି ଅନୁଷ୍ଠାନର ଅଭିନବ ଶିକ୍ଷାଦାନ ପଦ୍ଧତି ନେଇ ୨୦୨୪ଶିକ୍ଷା ବର୍ଷର ଶ୍ରେଷ୍ଠ ସିବିଏସ୍ଇ ବିଦ୍ୟାଳୟ ଭାବରେ ମନୋନୀତ ହୋଇଛି ଓମଭେଲି ସ୍କୁଲ l
ଏକାଡ଼େମିକ ଇନସାଇଟ ଶିକ୍ଷା ଉତ୍କର୍ଷତା ଏବଂ ସମ୍ମିଳନୀରେ କର୍ଣ୍ଣାଟକ ସରକାରଙ୍କ ଗୃହମନ୍ତ୍ରୀ ଜି .ପରମେଶ୍ଵର ଏବଂ ସିର୍ଦ୍ଧାର୍ଥ ଉଚ୍ଚଶିକ୍ଷା ଏକାଡ଼େମୀର ୟୁନଭର୍ସିଟି ଚାନ୍ସେଲ୍ର ଉପସ୍ଥିତିରେ ଇନ୍ସାଇଟ୍ସ ପତ୍ରିକା ଦ୍ଵାରା ଶ୍ରେଷ୍ଠ ସିବିଏସ୍ଇ ବିଦ୍ୟାଳୟ ଭାବରେ ଓମ୍ ଭେଲି ଶିକ୍ଷାନୁଷ୍ଠାନକୁ ପୁରସ୍କାର ଏବଂ ସ୍ମାରକୀ ପ୍ରଦାନ କରାଯାଇଛି । ବିଦ୍ୟାଳୟର ପରିଚାଳନା ପକ୍ଷରୁ ମୁଖ୍ୟ ପରାମର୍ଶଦାତା ଡ଼କ୍ଟର ରବିନ ଚନ୍ଦ୍ର ପରମାଣିକ ଏହି ପୁରସ୍କାର ଗ୍ରହଣ କରିଥିଲେ l ଟିଟିଲାଗଡ଼ ଭଳି କେବିକେ ଜିଲା ଅନ୍ତର୍ଗତ ଅବହେଳିତ ଅଞ୍ଚଳରେ ଓମଭେଲି ଶିକ୍ଷାନୁଷ୍ଠାନ, ଯାହା ୨୦୦୪ ମସିହାରେ ପ୍ରସିଦ୍ଧ ସମାଜ ବିଜ୍ଞାନୀ ଏବଂ ଶିକ୍ଷାବିତ ଲାୟନ୍ ଦୀପକ ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ ଶିକ୍ଷାକ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରି ଚାଲିଛି ଏବଂ ଉତ୍କର୍ଷତାର ଏକ ପ୍ରତୀକ ଭାବରେ ରହିଛି । ଏହା ଆମ ଅନ୍ତେ ଆଗାମୀ ପୀଢ଼ି ପାଇଁ ଶିକ୍ଷାର୍ଥୀଙ୍କ ଭାଗ୍ୟୋଦୟ ସହ ସଂସ୍କାରିତ ସମାଜ ଗଠନ କରିବାରେ ସହାୟକ ହେଉ ବୋଲି ଶ୍ରୀ ସାହୁ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟାରେ କହିଛନ୍ତି l