
ବ୍ଯୁରୋ:- କେନ୍ଦ୍ର ସରକାରଙ୍କ ଯୋଜନାରେ ରାଜ୍ୟ ସରକାର ଏବଂ ରାଜସ୍ଥାନୀ ଫାଉଣ୍ଡେସନ ପକ୍ଷରୁ ପରିଚାଳିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଠାରେ ରାମକୃଷ୍ଣ କେୟାର ହସପିଟାଲ ରାୟପୁର ପକ୍ଷରୁ ଦୁଇ ଦିନିଆ କର୍କଟ ରୋଗ ନିରୂପଣ ଶିବିର ଉଦଘାଟିତ ହୋଇଯାଇଛି l ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ତଥା ପୌରାଧ୍ୟକ୍ଷା ମମତା ଜୈନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହାର ଉଦଘାଟନ କରିଥିଲେ l ମାରାତ୍ମକ କର୍କଟ ରୋଗରେ ଆକ୍ରାନ୍ତ ଗରିବ ପରିବାରଙ୍କ ଜୀବନ ରକ୍ଷା ପାଇଁ ତାଙ୍କ ସରକାର ପ୍ରତିଶୃତି ବଦ୍ଧ ଏବଂ ଏନେଇ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଯୋଜନାରେ ଆକ୍ରାନ୍ତଙ୍କୁ ଉଚ୍ଚତର ଚିକିତ୍ସା ସହାୟତା ବ୍ୟବସ୍ଥା ତାଙ୍କ ବିଜେପି ସରକାର କରିଥିବା ବିଧାୟକ କହିଥିଲେ l କାର୍ଯ୍ୟକ୍ରମରେ କେୟାର ହସପିଟାଲ ଅଧିକାରୀ ସୁକୁମାର ଦାଶ, ରାଜସ୍ଥାନୀ ଫାଉଣ୍ଡେସନର ଅଧ୍ୟକ୍ଷ ଜଗଦିଶ ଶର୍ମା, ଉପଦେଷ୍ଟା ବିନୋଦ ମରୋଡିଆ, ରୋଟାରି କ୍ଳବ ସଦସ୍ୟ ସିଏ ଆନନ୍ଦ ଜୈନ, ସତ୍ୟନାରାୟଣ ଗୁପ୍ତା, ବିଜେପି ନେତା ବିଜୟ ମେହେର, ସଞ୍ଜୟ ବେହେରା, ନରେଶ ରାଜପାଳିଆ, ଆରୋଗ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡା. ବରିନ ମଣ୍ଡଳ, ମାଁ ମାଟି ମହିଲା ସେବା ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ବଗର୍ତ୍ତୀ, ସମ୍ପାଦିକା ଜୟନ୍ତୀ ପ୍ରଧାନ, ରୋସନି ମେହେର, ପ୍ରଗତି ଅନୁଷ୍ଠାନ ଅଧ୍ୟକ୍ଷା ଖୁସବୁ ଜୈନ, ସମ୍ପାଦିକା ସୁଭଦ୍ରା ଜୈନ, ମାରୱାଡି ମହିଲା ମଣ୍ଡଳ ଅଧ୍ୟକ୍ଷା ସରୋଜ ଅଗ୍ରୱାଲ, ଉପାଧ୍ୟକ୍ଷା ମନିଷା ଖୈତାନ, ସମ୍ପାଦିକା ସବିତା ଅଗ୍ରୱାଲ, ରୋନକ ମରୋଡିଆ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ଜୈନ ଅସହାୟ ରୋଗୀଙ୍କୁ ଶୀତ ବସ୍ତ୍ର ବଣ୍ଟନ ଯୋଜନାର ଶୁଭାରମ୍ଭ କରିଥିଲେ l