
ବ୍ଯୁରୋ:- ଟିଟିଲାଗଡ ମୁଡା ବନ୍ଧ ଠାରେ ଆଚାର୍ଯ୍ୟ ତେରାପନ୍ଥ ମହିଲା ମଣ୍ଡଳ ଟିଟିଲାଗଡ଼ଙ୍କ ପକ୍ଷରୁ ଆଚାର୍ଯ୍ୟ ମହାଶ୍ରମଣ କନ୍ୟା ସୁରକ୍ଷା ସର୍କଲ ପ୍ରତିଷ୍ଠା ହୋଇଛି l ଏନେଇ ଶତାଧିକ ମହିଲା ମଣ୍ଡଳ ସଦସ୍ୟା ସ୍ଥାନୀୟ ମହାବୀର ଧର୍ମଶାଳା ଠାରୁ ହାତରେ ‘କରନି ହେ ଜୀବନ କି ସୁରକ୍ଷା, କନ୍ୟାଓଁ କି କରୋ ସୁରକ୍ଷା’ ଲେଖା ଥିବା ପ୍ଲାକାର୍ଡ ଏବଂ ସ୍ଲୋଗାନ ସହ ଶୋଭାଯାତ୍ରାରେ ଜଳାଶୟକୁ ପହଞ୍ଚିଥିଲେ l ସେଠାରେ ଆଚାର୍ଯ୍ୟ ମହାଶ୍ରମଣଙ୍କ ପ୍ରାର୍ଥନା ପରେ ମୁଖ୍ୟଅତିଥି ଟିଟିଲାଗଡ଼ ବିଧାୟକ ନବୀନ ଜୈନ ସ୍ତମ୍ଭ ଏବଂ ମହିଲା ମଣ୍ଡଳ ପକ୍ଷରୁ ଜଳାଶୟ ଆଡ଼ିରେ ଲୋକେ ବସିବା ପାଇଁ ବେଞ୍ଚ ବ୍ୟବସ୍ଥାର ଉଦଘାଟନ କରିଥିଲେ l ଟିଟିଲାଗଡ଼ ତେରାପନ୍ଥ ମହିଲା ମଣ୍ଡଳ ଅଧ୍ୟକ୍ଷା ବବି ଜୈନ, ମହାମନ୍ତ୍ରୀ ଦୀପିକା ଜୈନ, କୋଷାଧ୍ୟକ୍ଷ ପୁଜା ଜୈନ ତଥା ସମସ୍ତ ସଦସ୍ୟାଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନ, ମହିଲା ମଣ୍ଡଳର ଅଖିଳ ଭାରତୀୟ ଅଧ୍ୟକ୍ଷା ସରିତା ଡାଗା, ମହାମନ୍ତ୍ରୀ ନିତୁ ଓସ୍ୱାଲ, ଆଞ୍ଚଳିକ ପ୍ରଭାରୀ ଇନ୍ଦ୍ରା ଲୁନିଆ, ରାଜ୍ୟ ତେରାପନ୍ଥ ସଭା ଅଧ୍ୟକ୍ଷ ମନୋଜ ଜୈନ, ସଭାର ଟିଟିଲାଗଡ଼ ଅଧ୍ୟକ୍ଷ ଗୌତମ ଜୈନ, ମହାମନ୍ତ୍ରୀ ଦୀପକ ଜୈନ, ଯୁବ ପରିଷଦ ସଭାପତି ଯୋଗେଶ ଜୈନ, ରାଜ୍ୟ ପ୍ରୋଫେସନାଲ ଫୋରମ ଅଧ୍ୟକ୍ଷ ସିଏ ଆନନ୍ଦ ଜୈନ, ସିଏ ରାକେଶ ଜୈନ, ଓମପ୍ରକାଶ ଜୈନ, ଅତୁଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ l