
ବ୍ୟୁରୋ :- ଟିଟିଲାଗଡ଼, ଡିଷ୍ଟ୍ରିକ୍ଟ ଏଥଲେଟିକ ଆସୋସିଏସନ ପକ୍ଷରୁ ଅନୁବନ୍ଧିତ ଟିଟିଲାଗଡ଼ ଏଥଲେଟିକ ଆସୋସିଏସନ ପକ୍ଷରୁ ଆସନ୍ତା 22ରେ ଉପଖଣ୍ଡ ସ୍ତରୀୟ ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ପୁରୁଷବର୍ଗ 10 କିଲୋମିଟର ଏବଂ ମହିଲା 5 କିଲୋମିଟର ଦୌଡ଼ ରହିଛି l ଜାନୁୟାରୀ 26 ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଉଭୟ ବର୍ଗରେ ସଫଳ 3 ପ୍ରତିଯୋଗୀଙ୍କୁ 7 ହଜାର, 5 ହଜାର, 3 ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ l ଦୌଡ଼ ସମ୍ପୂର୍ଣ୍ଣ କରିଥିବା ସମସ୍ତ ସଫଳ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବ l ଏନେଇ ସ୍ଥାନୀୟ ଜଳାରାମ ଲଜର ସଭାଗୃହ ଠାରେ ସୋମବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ରାଧାକାନ୍ତ ପାଢ଼ୀ, ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଦାଶ, ଉପସଭାପତି ସନ୍ତୋଷ ପ୍ରଧାନ, ଯୁଗ୍ମ ସମ୍ପାଦକ ଦନାର୍ଦ୍ଦନ ହୋତା, କୋଷାଧକ୍ଷ ରାମନାଥ ଖମାରୀ ପ୍ରମୁଖ ସୂଚନା ଦେଇଛନ୍ତି l ଏଥଲେଟିକ ଆସୋସିଏସନର ନିଜସ୍ୱ ଷ୍ଟାଡିୟମ ରହିଛି l ଆଗାମୀ ଦିନରେ ଅଞ୍ଚଳରେ କ୍ରୀଡାର ବିକାଶ ନେଇ ଆସୋସିଏସନ ଅନେକ ପଦକ୍ଷେପ ଗ୍ରହଣ କରିବ ବୋଲି କହିଥିଲେ l ଆସୋସିଏସନର ଯୁଗ୍ମ ସମ୍ପାଦକ ପଦ୍ମନାଭ ବେହେରା, କାର୍ଯ୍ୟକାରୀ କମିଟି ସଦସ୍ୟ ଶରତ ମିଶ୍ର, ଦୀପକ ସମ୍ମାଦାର ପ୍ରମୁଖ ଉପସ୍ଥିତ ଥିଲେ l
ଚିଫ୍ ଏଡିଟର – ତୀର୍ଥଙ୍କର ପଟେଲ (ପପୁ )