
ବ୍ୟୁରୋ: ଟିଟିଲାଗଡ଼ ଉପଜିଲାପାଳ କାର୍ଯ୍ୟାଳୟରେ ଉପଖଣ୍ଡ ସ୍ତରୀୟ 15ତମ ଜାତୀୟ ମତଦାତା ଦିବସ ଶନିବାର ପାଳନ ହୋଇଯାଇଛି l କାର୍ଯ୍ୟକ୍ରମରେ ଦୀପିକା ବର୍ମା, ହର୍ଷବର୍ଦ୍ଧନ ସୋନି, ରମାକାନ୍ତ ମିଶ୍ର, ସ୍ୱପ୍ନା ମିଶ୍ର, ଦେବେନ୍ଦ୍ର ବଗର୍ତ୍ତୀ, ଅହମ୍ମଦ ରଜାକ ଅସରଫି ପ୍ରମୁଖଙ୍କୁ ଟିଟିଲାଗଡ଼ ଉପଜିଲାପାଳ ରେହାନ ଖତ୍ରୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ନୂତନ ଭାବରେ ଭୋଟର ପରିଚୟ ପତ୍ର ପ୍ରଦାନ କରିଥିଲେ l ନୂତନ ଭୋଟରଙ୍କୁ ଡେପୁଟି କଲେକ୍ଟର ହରେକୃଷ୍ଣ ମେହେର ଦେଶ ଗଠନରେ ଭୋଟଦାନର ମହତ୍ତ୍ୱ ନେଇ ସଂକଳ୍ପ ପାଠ କରାଇଥିଲେ l ସହକାରୀ ଜିଲାପାଳ ସନ୍ତୋଷ ବେହେରା, ଅତିରିକ୍ତ ତହସିଲଦାର ଶକୁନ୍ତଲା ହାଂସଦା, ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର ପ୍ରମୁଖ ମଞ୍ଚାସିନ ଥିଲେ l ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ବରିଷ୍ଠ କିରାଣୀ ଦେବେନ୍ଦ୍ର ନାଏକ, ଶ୍ୟାମ ସେଠ, ଝସକେତନ ବଢିଆ, ଉତ୍ତମ ଚିନାଗୁନ, ସୁନିଲ ତାଣ୍ଡି, ଶଶି ମାଝୀ, ଶୁଭମ ରଥ, କଲାରାମ ନାଗ, ତ୍ରିଜାମୀ ନାଗ, ବୁଚୁ ସିଂ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l
ଚିଫ୍ ଏଡିଟର- ତୀର୍ଥଙ୍କର ପଟେଲ