
ଟିଟିଲାଗଡ଼, ଟିଟିଲାଗଡ଼ ବିଜେପି ନଗର ମଣ୍ଡଳ ସଭାପତି ଭାବରେ ସୁନିଲ ଆଚାର୍ଯ୍ୟ (ବୁଦ୍ଧିଆ ) ନିର୍ବାଚିତ ହୋଇଛନ୍ତି l ଏନେଇ ଦଳ ପକ୍ଷରୁ ଆନୁଷ୍ଠାନିକ ଭାବରେ ଘୋଷଣା ପରେ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି l ଶ୍ରୀ ଆଚାର୍ଯ୍ୟ ଛାତ୍ର ଜୀବନରୁ ବିଜେପି ସହ ଜଡିତ ହୋଇଆସିଛନ୍ତି l ଡ଼ିଏଭି ସ୍ୱୟଂ ଶାସିତ କଲେଜ ଛାତ୍ର ସଂସଦର ବିଭିନ୍ନ ପଦପଦବୀକୁ ସେ ଅନେକ ଥର ନିର୍ବାଚିତ ହୋଇଛନ୍ତି l ପୂର୍ବରୁ ସାମ୍ବାଦିକତା ବୃତ୍ତି ସହ ଜଡିତ ଥିବା ଶ୍ରୀ ଆଚାର୍ଯ୍ୟ ଗତ ପୌର ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଭାବରେ ବିଜେପି ଟିକେଟରେ ନିର୍ବାଚନୀ ମୈଦାନକୁ ଓହ୍ଲାଇ କାଉନସିଲର ଭାବରେ ଜିଣି ଜନତାଙ୍କ ସେବାରେ ଉତ୍ସର୍ଗ ହୋଇଛନ୍ତି l ବର୍ତ୍ତମାନ ଟିଟିଲାଗଡ଼ ନଗର ବିଜେପି ସଭାପତି ଭଳି ଗୁରୁ ଦାୟିତ୍ୱ ତାଙ୍କୁ ଅର୍ପଣ କରାଯାଇ ଥିବା ବେଳେ ବରିଷ୍ଠଙ୍କ ସହଯୋଗରେ ଏଠାରେ ଦଳୀୟ ସଂଗଠନ ଜୋରଦାର କରିବେ ବୋଲି କହିଛନ୍ତି l ତାଙ୍କୁ ନୂତନ ଦାୟିତ୍ୱ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସାଂସଦ ସଂଗୀତା ସିଂଦେଓ, ବିଧାୟକ ନବୀନ ଜୈନ, ପୌରାଧ୍ୟକ୍ଷା ମମତା ଜୈନ, ବଲାଙ୍ଗିର ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ଠାରେ ଶ୍ରୀ ଆଚାର୍ଯ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି l