
ଟିଟିଲାଗଡ଼ ବ୍ଲକ କୁରସୁଡ଼ ଠାରେ କଂଗ୍ରେସ ଦଳର ଜୋନସ୍ତରୀୟ କର୍ମି ସମ୍ମିଳନୀରେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ପ୍ରାର୍ଥୀ ଆଇନଜୀବୀ ବୀରେନ୍ଦ୍ର ବାଗ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି l ଚାଷୀଙ୍କ ବର୍ଷକର ପରିଶ୍ରମ ଧାନ କ୍ରୟ ନେଇ ମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି l ଦଲାଲ ଏବଂ କିଛି ଅସାଧୁ ମିଲର୍ସ ମଣ୍ଡି ବ୍ୟବସ୍ଥାକୁ କବଳିତ କରିଛନ୍ତି l ମଣ୍ଡିରେ ବେଆଇନ ଭାବରେ 4ରୁ 7 କିଲୋଗ୍ରାମ ପର୍ଯ୍ୟନ୍ତ କଟନି ହେଉଛି l ଏନେଇ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଶ୍ରୀ ବାଗ ଅଭିଯୋଗ କରିଛନ୍ତି l ମହିଲା ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ପ୍ରହସନ ହୋଇଛି l ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଜାଳରେ ପଡି ମହିଲା ମାନେ ନିର୍ଯ୍ୟାତିତ ହେଉଛନ୍ତି l ଋଣ ଅର୍ଥ ପରିଶୋଧ କରି ନପାରିବା ନେଇ ଖୋଲାଣ ଗ୍ରାମର ନମିତା ରଣାଙ୍କୁ କମ୍ପାନୀ ଏଜେଣ୍ଟ ଗାୟବ କରିଥିବା ଥାନାରେ ଅଭିଯୋଗ ସତ୍ୱେ ପ୍ରଶାସନ କାହିଁକି ନିରବ ବୋଲି ଶ୍ରୀ ବାଗ ପ୍ରଶ୍ନ କରିଛନ୍ତି l ଜନତାଙ୍କ ସ୍ୱର ସାମ୍ବାଦିକଙ୍କ ସୁରକ୍ଷା ପାଇଁ କୌଣସି ଆଇନ ନାହିଁ l ସରକାରୀ ଅଧିକାରୀ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଉନାହାନ୍ତି l ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ମାଡ଼ ମରାଯାଇଛି l ସାମ୍ବାଦିକଙ୍କ ସୁରକ୍ଷା ନିଶ୍ଚିତ କରାଯାଉ l ଏଭଳି ଅରାଜକତା ନେଇ ତାଙ୍କ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ବାଗ ଚେତାବନୀ ଦେଇଛନ୍ତି l ସଭାରେ ଦଳର ବରିଷ୍ଠ ନେତ୍ରୀ ପିଙ୍କି ରଣା, କୁନ୍ତଳା ମାଝୀ, ସରସ୍ବତୀ ସରାଫ, କୁନା ସାହୁ, ଲାଲୁ କୁମ୍ଭାର, ଅରୁଣ ମାଧବ, କାର୍ତ୍ତିକ ଲୁହା, ଳମ୍ବୁ ସୁନା, ଅରୁଣ ହରପାଲ, ମାଧବ ତାଣ୍ଡି, କୁନା ସାହୁ, ଡିଲେ ସାହୁ, କାହ୍ନା ବେହେରା, ଚିତାନନ୍ଦ ସାହୁ, ଡଉଲ ମହାନନ୍ଦ, କୀର୍ତ୍ତି ମଲ୍ଲିକ, ସୁନିଲ ବେହେରା, ହେମନ୍ତ ଛୁରା, ପଦ୍ମନ ବାଗ, ଗୋପାଲ ବିଭାର, ତିଳରାମ ବାଗ, ସୁବର୍ଣ୍ଣ ବାଗ, ଅନନ୍ତ ଛୁରା, ହେମସାଗର ଜାନି, ଅଲେଖ ବାଗ, କଂଗ୍ରେସରେ ଯୋଗଦେଲେ ମହେନ୍ଦ୍ର ମାଝୀ, ବିଷ୍ଣୁ ବାଗ, ଗୋପାଲ ନାୟକ, ଜୟରାମ ଜାଲ, କ୍ଷୀରସିନ୍ଧୁ ସାହୁ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ l