
ଟିଟିଲାଗଡ଼ ବ୍ଲକ ସ୍ତରୀୟ ଲୋକ ମହୋତ୍ସବରେ ଗ୍ରାମାଞ୍ଚଳର ପ୍ରତିଭା ନିଜ କରିସ୍ମା ଦେଖାଇବା ସହ ପ୍ରଶଂସା ଗୋଟାଇଛନ୍ତି l ଇଷ୍ଟ ଦେବୀ ମାଁ ଘଣ୍ଟାଶୁନିଙ୍କ ପୂଜାର୍ଚନା ପରେ ଏହି ଅବସରରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଳାର ମାଟି ଟିଟିଲାଗଡ଼ ଅଞ୍ଚଳର କଳାକାର ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା କହିଥିଲେ l ବିଡ଼ିଓ ଚନ୍ଦ୍ରମଣୀ ନାଗ, ବ୍ଲକ ଅଧ୍ୟକ୍ଷ ସଂଯୁକ୍ତା ନାଏକ, ଉପାଧ୍ୟକ୍ଷ ଜଗତରାମ ରଣା, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ବେହେରା, ଟିକି ପୋଢ଼, ଜେଡକେଏସଏସ ବଲାଙ୍ଗିର ସଭାପତି ସୁଦାମ ବିଶି ପ୍ରମୁଖ ମଞ୍ଚାସିନ ଥିଲେ l ବିଶିଷ୍ଟ କଳାକାର ଶାନ୍ତନୁ ବେହେରା, ନୀଳମଣି ସାହୁ, ଗଗନ ବାଗ, ନିରାକାର ସାହୁ, ମୋହନଲାଲ ଶିକା, ପ୍ରଶାନ୍ତ ପଟ୍ଟନାୟକ, ପ୍ରମୋଦ ବଳବନ୍ତରାୟ ବିଚାରକ ଭାବରେ ଯୋଗ ଦେଇଥିଲେ l ଲୋକଗୀତ ସୋଲୋରେ ଗଙ୍ଗା ଶିକା ଏବଂ ତରୁଣ କୁମ୍ଭାର, ଗ୍ରୁପରେ ଠଣ ସୁନ୍ଦର ଓ ସାଥି ଏବଂ ରାମକୃଷ୍ଣ ଭଗତ ସିଂ ଓ ସାଥି, ଲୋକବାଦ୍ୟ ସୋଲୋରେ ତରୁଣ କୁମ୍ଭାର ଏବଂ ଜିତେନ୍ଦ୍ର ନାଗ, ଗ୍ରୁପରେ କୃଷ୍ଣଚନ୍ଦ୍ର ଭୋଇ ଓ ସାଥି ଏବଂ ତୁଲାରାମ ନାଗ ଓ ସାଥି, ଲୋକନୃତ୍ୟ ଗ୍ରୁପରେ ଆଦର୍ଶ ସାଂସ୍କୃତିକ ସଂଘ ନାରେନ ଏବଂ ଥବିର ପୁଝାରୀ ଓ ସାଥି ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବକୁ ମନୋନୀତ ହୋଇଛନ୍ତି l ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ବ୍ଲକ ଅଧିକାରୀ କର୍ମଚାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l