
ବ୍ୟୁରୋ : ଟିଟିଲାଗଡ଼, ଟିଟିଲାଗଡ଼ ରେଳ ଜଙ୍କସନର ପ୍ଲାଟଫର୍ମ ନମ୍ବର 2ରୁ 17.340 କିଲୋଗ୍ରାମ ଗଞ୍ଜେଇ ଜବତ ହେବା ସହ 2 ଜଣ ଗିରଫ ହୋଇଛନ୍ତି l ଟିଟିଲାଗଡ଼ ଆରପିଏଫ ଅଧିକାରୀ ଭଗବାନ ପୁନିଆ, ଅବକାରୀ ଅଧିକାରୀ ଆଶିଷ ବେହେରା, ଏଏସଆଇ ଭୃଗୁପତି ଦିଆଲ, କୁମୁଦିନୀ ମଲ୍ଲିକ ପ୍ରମୁଖଙ୍କୁ ନେଇ ଏକ ମିଳିତ ଦଳ ଚଢ଼ାଉ ସହ ଏହି ସଫଳତା ହାସଲ ହୋଇଛି l ଏକ ଟ୍ରଲି ବ୍ୟାଗରେ ଭର୍ତ୍ତୀ କରି କଲାହାଣ୍ଡି ଜିଲା ନର୍ଲା ଅଞ୍ଚଳରୁ ଅଣାଯାଇଥିବା 27ଟି ପ୍ୟାକେଟରେ ଥିବା ପ୍ରାୟ 1 ଲକ୍ଷ 74 ହଜାର 3 ଶହ ଟଙ୍କା ମୂଲ୍ୟର ଜବତ ଗଞ୍ଜେଇ ପୁରୀ ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସ ଯୋଗେ ଛତିଶଗଡର ରାୟପୁରକୁ ଚାଲାଣ ପାଇଁ ଯୋଜନା ରହିଥିବା ଅବକାରୀ ଅଧିକାରୀ କହିଛନ୍ତି l ଏନେଇ ମଧ୍ୟପ୍ରଦେଶର ମଉଗଞ୍ଜ ଥାନା ଅଞ୍ଚଳର ପଦର ଗ୍ରାମର ଅଭିନୟ ସାକେତ ଏବଂ ବିଜୟ ପଟେଲକୁ ଗିରଫ ସହ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଛି l