
ବ୍ଯୁରୋ:- ବିଟ୍ରିଶ ସରକାରଙ୍କ ଅମଳରୁ ଦକ୍ଷିଣ ଭାରତ ସହ ଉତ୍ତର, ପୁର୍ବ ଏବଂ ମଧ୍ୟ ଭାରତକୁ ଯୋଡିବା ପାଇଁ ଟିଟିଲାଗଡ଼ ଠାରେ ରେଳ ଜଙ୍କସନ ପ୍ରତିଷ୍ଠା ହୋଇଛି l ଏନେଇ ରେଳ ଜଙ୍କସନର ମୁଖ୍ୟ ଗେଟ ନିର୍ମାଣ ସହ ଟିଟିଲାଗଡ଼ର ସର୍ବ ପୁରାତନ ପେଟ୍ରୋଲ ପମ୍ପ ଛକ ପର୍ଯ୍ୟନ୍ତ ରାସ୍ତା ସଂଯୋଗ ରହିଛି l ତେବେ ଟିଟିଲାଗଡ଼ ରେଳ ଜଙ୍କସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ ପରେ ବିଟ୍ରିଶ ଅମଳର ମୁଖ୍ୟ ତଥା ଏକ ମାତ୍ର ଗେଟ ବନ୍ଦ କରାଯିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି l ଟିକେଟ କାଉଣ୍ଟରକୁ ସମ୍ମୁଖରେ ରହିଥିବା ଗେଟ ଯାତ୍ରୀଙ୍କ ପାଇଁ ବହୁତ ସୁବିଧା ହେଉଥିଲା l ତେବେ ଉକ୍ତ ଗେଟ ରେଳ ବିଭାଗ ବନ୍ଦ କରି ପ୍ରାୟ 200 ମିଟର ଦୂରରେ ନୁଆଁପ୍ରବେଶ ଦ୍ୱାର କରିଛି l ଏନେଇ ଯାତ୍ରୀ ସିଧାସଳଖ ଷ୍ଟେସନ ମଧ୍ୟକୁ ପ୍ରବେଶ କରିବା ବଦଳରେ ବୁଲାଇ ବଙ୍କାଇ ଯିବାକୁ ପଡିବ l ଏଭଳି ସ୍ଥଳେ ରେଳ ଷ୍ଟେସନକୁ ପ୍ରବେଶ ପାଇଁ ଥିବା ବିଟ୍ରିଶ ଅମଳର ଗେଟ ବନ୍ଦ ନେଇ ସେଠାରେ ଯାତ୍ରୀ ପ୍ରବେଶ ପାଇଁ ଦୁଇ ଫୁଟର ଏକ ଛୋଟ ଗେଟ ରଖିବା ପାଇଁ ଦାବୀ ହୋଇଛି l ଏନେଇ ମହମ୍ମଦ ତୌସିଫ, ଅବଦୁଲ ଅନସାରୀ, ବିବେକ ସାହୁ, ସୁଶାନ୍ତ ଘଡେଇ, ଧନରାଜ ଜୈନ, ବାବାଜୀ ପ୍ରଧାନ, ଏମଡି ଅଲତାଫ, ଏମଡି ୟାକୁବ, ଏମଡି ସରଫରାଜ, ନିକୁ ଜୈନ, ଅନିଲ ସୁନା, ଚୁରଣ ଦୀପ ପ୍ରମୁଖ ଶନିବାର ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l ଏନେଇ ରେଳ ବିଭାଗ ବିଚାର କରିବାକୁ ଦାବୀ ହୋଇଛି l