
(ବ୍ୟୁରୋ)…. ଟିଟିଲାଗଡ଼ କେସିଙ୍ଗା ରେଳ ଲାଇନରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର ହୋଇଛି l ମୃତ ଯୁବକ ଜଣକ ଟିଟିଲାଗଡ଼ ସହର ରେଲୱେ ଷ୍ଟେସନରେ ଚା ବିକାଳୀ ଭାବେ କାମ କରୁଥିବା ଚର୍ଚ୍ଚା ହୋଇଛି l ଆତ୍ମହତ୍ୟା ନା କିଏ ହତ୍ୟା କରି ରେଳ ଲାଇନରେ ପକାଇ ଦେଇଛି ତାହା ଏବେ ବି ଅସ୍ପଷ୍ଟ l ଆଜି ସକାଳୁ ଖଣ୍ଡ ବିଖଣ୍ଡିତ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଜି ଆର ପି ପୋଲିସ କୁ ଖବର ଦେଇଥିଲେ l ପରେ ଘଟଣା ସ୍ଥଳରେ ଟିଟିଲାଗଡ଼ ଜି ଆର ପି ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି l
