
ବ୍ୟୁରୋ: ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ (MDM) ଯୋଜନାରେ କ୍ଷୀର ଯୋଗାଇବାକୁ ଓଡ଼ିଶା ସରକାର ଘୋଷଣା କରିଛନ୍ତି।
ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ (MDM) ଯୋଜନାରେ କ୍ଷୀର ଯୋଗାଇବାକୁ ଓଡ଼ିଶା ସରକାର ଘୋଷଣା କରିଛନ୍ତି। ମଙ୍ଗଳବାର ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ପୁଷ୍ଟିକର ପରିମାଣ ବୃଦ୍ଧି କରିବା ପାଇଁ ମଧ୍ୟାହ୍ନ ଭୋଜନ ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ୨୦୦ ମିଲି କ୍ଷୀର ମିଳିବ। ଏହା ‘ଉପହାର କ୍ଷୀର’ ଯୋଜନା ଅଧୀନରେ ଦିଆଯିବ।
Editor In Chief – Tirthankar Patel