
ବ୍ୟୁରୋ: ଟିଟିଲାଗଡ଼, ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଛାତ୍ରୀଙ୍କୁ 10 ଦିନିଆ ଆତ୍ମରକ୍ଷା କୌଶଳ ଶିକ୍ଷା ଶିବିର ଉଦଯାପିତ ହୋଇଯାଇଛି l ଉଦଯାପନୀ କାର୍ଯ୍ୟକ୍ରମରେ ଆତ୍ମରକ୍ଷା କୌଶଳ ଶିବିର କାର୍ଯ୍ୟକ୍ରମର ଜିଲା ସ୍ତରୀୟ ନୋଡାଲ ଅଧିକାରୀ ଧନଞ୍ଜୟ ସେଠ ମୁଖ୍ୟଅତିଥି ତଥା ସଂଯୋଜକ ସୁଦାମ ସୁଦାମ ଚରଣ ଖମାରୀ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ l

ପ୍ରଶିକ୍ଷିକା ପଲ୍ଲବୀ ସାଗର, ଯାଜ୍ଞସେନୀ ମାଝୀ, ବୈଷ୍ଣବ କବାଟ, ଏନସିସି ଅଧିକାରୀ ବେଦବର ରଣା, ଡ଼ଃ ଦୁର୍ଗେଶ୍ୱରୀ ମହାନନ୍ଦ ପ୍ରଶିକ୍ଷଣ ଦେଇଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଣବ କିଶୋର ପୁରୋହିତ, ଯୁକ୍ତ ଦୁଇ ଅଧ୍ୟକ୍ଷ ବିଧାନ ଚନ୍ଦ୍ର ମିଶ୍ର, ଡ଼ଃ ରମାକାନ୍ତ ବେହେରା ଶିବିର ସଂଯୋଜନା କରିଥିଲେ ଥିଲେ l
ଚିଫ୍ଏଡିଟର- ତୀର୍ଥଙ୍କର ପଟେଲ