
ଟିଟିଲାଗଡ଼ କିରାନା ବ୍ୟବସାୟୀ ସଂଘର ଏକାଦଶ ବାର୍ଷିକ ସାଧାରଣ ପରିଷଦର ବୈଠକ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଆଗାମୀ 2025-27 ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା | ଏହି ନିର୍ବାଚନରେ ସର୍ବସମ୍ମତ୍ତି ପ୍ରଭାକର ସରାଫ ସଭାପତି, ମନେନ୍ଦ୍ର କୁମାର ଦାଶ ଓ ନାରାୟଣ ସାହୁ ଉପସଭାପତି, ରାଜ କିଶୋର ମିଶ୍ର ସମ୍ପାଦକ, ଟଙ୍କଧର ସାହୁ ଓ ନେପାଲ ଦାସ , ହନୁମାନ ପ୍ରସାଦ ଅଗ୍ରୱାଲ କୋଷାଧ୍ୟକ୍ଷ ଏବଂ ଦୀପକ ଜୈନ, ସୁନୀଲ ଜୈନ, ବିବେକ ଜୈନ, କାଳିଆ ସାହୁ ଏବଂ ରାଜେଶ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି | ଏହି ନିର୍ବାଚନରେ ଆଇନଜୀବୀ ସତ୍ୟବ୍ରତ ପଣ୍ଡା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ | ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ ଏଣିକି ଆଉ ଗୁରୁବାର ଦିନ ସହରରେ କିରାନା ଦୋକାନ ବନ୍ଦ କରାଯିବ ନାହିଁ | ଆଗାମୀ ଦିନରେ କିରାନା ବ୍ୟବସାୟୀ ମାନଙ୍କ ରହିଥିବା କେତେକ ସମସ୍ୟାକୁ ସ୍ଥାନୀୟ ପ୍ରଶାସନ ପାଖରେ ଉପସ୍ଥାପନ କରାଯିବ ବୋଲି ପ୍ରସ୍ତାବ ଗୃହୀତ କରାଯାଇଥିଲା | ଏହି ସଂଘ ଚଳିତ ବର୍ଷ ସମିତି ନିବନ୍ଧନ ଆଇନ ଅନୁଯାୟୀ ପଞ୍ଜିକରଣ ହୋଇଥିବା ବିଷୟ ସଭାପତି ଜଣାଇଥିଲେ | ଏହି ବୈଠକରେ ସଂଘର ପ୍ରାୟ 80 ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ |