
ଟିଟିଲାଗଡ଼ ସ୍ଥିତ ଆଞ୍ଚଳିକ ସମୃଦ୍ଧି ସାଧନ ଅନୁଷ୍ଠାନ (ଆଶା) ର ହରିୟାଲି ପ୍ରକଳ୍ପକୁ କଳାହାଣ୍ଡି ଘୁମୁରା ମହୋତ୍ସବ ଦ୍ଵାରା ସର୍ବପ୍ରଥମ ବ୍ୟବସାୟିକ ଷ୍ଟଲ ଭାବେ ପୁରସ୍କୃତ କରାଯାଇଛି l ଏନେଇ ଅନୁଷ୍ଠାନର ସମ୍ପାଦକ ସଞ୍ଜୀବ ପଟ୍ଟନାୟକଙ୍କୁ ଉତ୍ସବ କମିଟି ପକ୍ଷରୁ ସଭାପତି ତଥା କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଡ଼ିସିଓ ତଥା ସମ୍ପାଦକ ବିବେକାନନ୍ଦ ମହାନନ୍ଦ ପମାନପତ୍ର ପ୍ରଦାନ ସହ ପୁରସ୍କୃତ କରିଛନ୍ତି l ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କ୍ଷୁଦ୍ର ଶସ୍ୟ ମିଲେଟ ଚାଷ ଏବଂ ଏହାର ପ୍ରକ୍ରିୟାକରଣ ଓ ବିକ୍ରୟ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଆଶା ସଂସ୍ଥା ଏନେଇ ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିଛି l କଳାହାଣ୍ଡି- ରାୟଗଡା ଆଦିବାସୀ ଓ ଅନୁସୂଚିତ ଜାତିର ଲୋକଙ୍କ ପାରମ୍ପରିକ ଖାଦ୍ୟ ମାଣ୍ଡିଆ, ଗୁର୍ଜି, କୋଦୋ, କାଙ୍ଗୁ, କୋଶଲା ଆଦିକୁ ବିଭିନ୍ନ ସୁସ୍ୱାଦୁ ଖାଦ୍ୟଦ୍ରବ୍ୟରେ ପରିଣତ କରି ବଜାରରେ ପହଞ୍ଚାଇବା ପାଇଁ ସରକାରୀ ସ୍ତରରେ ତଥା ବିଭିନ୍ନ କୃଷି ଉତ୍ପାଦକ ଗୋଷ୍ଠୀ କାର୍ଯ୍ୟକ୍ରମ ଜୋରଦାର କରିଛନ୍ତି l ଏ ଦିଗରେ ରାୟଗଡା ଜିଲ୍ଲା ଟିକିରିସ୍ଥିତ ଉତ୍କଳ ଆଲୁମିନା ସିଏସଆର ପ୍ରକଳ୍ପ ଆନୁକୂଲ୍ୟରେ ପ୍ରୋଜେକ୍ଟ ହରିୟାଲୀ ଆଶା ଅନୁଷ୍ଠାନ ଦ୍ଵାରା ପରିଚାଳିତ ବିଲାମାଲର ଅଜିତାଇ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ ଦ୍ୱାରା ଏସବୁର ପ୍ରସ୍ତୁତି ଓ ବିକ୍ରିବଟା ଦାୟିତ୍ୱ ହାତକୁ ନିଆଯାଇଛି l ଚାରିଦିନ ଧରି ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଚାଲିଥିବା ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ଅବସରରେ ଉଭୟ ସଂସ୍ଥା ଦ୍ୱାରା ନିର୍ମିତ ଷ୍ଟଲରେ ମିଲେଟ ପ୍ରସ୍ତୁତ ସାମଗ୍ରୀ କିଣିବାକୁ ବିଳମ୍ବିତ ରାତିଯାଏଁ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା।ଏହାର ଉତ୍କୃଷ୍ଟ ବ୍ୟବସାୟ ଓ ପୁରସ୍କାର ନେଇ ସମ୍ବଳ ଶକ୍ତି ଗୋଷ୍ଠୀର ପରମେଶ୍ବର ରଣା, କୃଷକ ଉନ୍ନୟନ ଗୋଷ୍ଠୀର ଗୁପ୍ତେଶ୍ୱର ମାଝୀ, ଜାଡେନ ଗୋଷ୍ଠୀର ମଧୁମିତା ପଟ୍ଟନାୟକ ଜଦେନ ଉତ୍ସାହିତ ହୋଇଛନ୍ତି l ଏନେଇ ସିଏସଆର ଯୁଗ୍ମ ପରିଚାଳକ କାର୍ତ୍ତିକ ସାହୁ ସମସ୍ତ ପରିଚାଳକ କର୍ମକର୍ତlଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଷ୍ଟଲ ପରିଚାଳନାରେ ସମୀର ପଟ୍ଟନାୟକ, ଯୁଗେଶ୍ୱର ଧରୁଆ , ଗୁଲାବ ନାୟକ ,ସରୋଜ ସାହୁ,ବିନୟ ମହାପାତ୍ର, ପିତମ କୁମ୍ଭାର,ପ୍ରବୀର ପ୍ରଧାନ, ଭବାନୀ ବେହେରା ଓ ସମ୍ବୁ ବେନିଆ ଷ୍ଟଲ ପରିଚାଳନାରେ ସହଯୋଗ କରିଥିଲେ