
ଟିଟିଲାଗଡ଼ ସ୍ଥିତ ଧବଳେଶ୍ଵର ବିଦ୍ୟାପୀଠର 30 ଲକ୍ଷ ଟଙ୍କାରେ ନବ ନିର୍ମିତ୍ତ ମଧ୍ୟାହ୍ନ ଭୋଜନ ହଲ ଉଦଘାଟିତ ହୋଇଯାଇଛି l ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହାର ଉଦଘାଟନ କରିଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ମିଲୋନି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଧବଳେଶ୍ଵର ଚାରିଟେବୁଲ ଟ୍ରଷ୍ଟର ସଭାପତି ପ୍ରଫେସର ରାମହରି ସାହୁ, ଉପଦେଷ୍ଟା ପ୍ରହଲ୍ଲାଦ ଅଗ୍ରୱାଲ, ରାମଗୋପାଳ ଚୌଧୁରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶିଲ ସାହୁ, କାଉନସିଲର ମାନସ ସାହୁ ମଞ୍ଚାସିନ ଥିଲେ l ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ-ଶ୍ରୀ ଯୋଜନାରେ ବିଦ୍ୟାଳୟଟି ସାମିଲ ହୋଇଥିବା ବେଳେ ଏହାର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ସେ ସମସ୍ତ ସହାୟତା କରିବେ ବୋଲି ପୌରାଧ୍ୟକ୍ଷା ନିଜ ଉଦବୋଧନରେ ପ୍ରତିଶୃତି ଦେଇଥିଲେ l
ଶିକ୍ଷକ ଗଗନ ବାଗ ସଭା ପରିଚାଳନା କରିଥିବା ବେଳେ ଯାହାଙ୍ଗୀର ରାଜହଂସ ଧନ୍ୟବାଦ ଅର୍ପଣ କରିଥିଲେ l ଶିକ୍ଷକ କୃତିବାସ ବରାଳ, ତାପସ ମୋହନ୍ତ, ସଂଜିତ ସା, ସଂଜୀବ ସାହୁ, ଦମୟନ୍ତୀ ରଣା, ସତ୍ୟପ୍ରିୟା ସାହୁ, ମିନାକ୍ଷୀ ପୃଷ୍ଟି, ପ୍ରେମ ସୁନା, ମମତା ଆଚାର୍ଯ୍ୟ ମମତା ରାଏଗୁରୁ, ମିନାକ୍ଷୀ ମିଶ୍ର ସବିତା ମଞ୍ଜରୀ ପାତ୍ର, ସୁନନ୍ଦା ରଥ, ଜୁଲି ସାହୁ, ସମ୍ବିତ ମହାନ୍ତି, ସଂଯୁକ୍ତା ବେହେରା, କୁମାରୀ ପବ୍ଲିନା ସହାୟତା କରିଥିଲେ l