
ବ୍ୟୁରୋ : ଟିଟିଲାଗଡ଼, ଦିବଂଗତ ବିଜେଡ଼ି ନେତା ଅଭିମନ୍ୟୁ ସାହୁ ତଥା ବିଗତ ସରକାରରେ ପ୍ରଭାବଶାଳୀ ମନ୍ତ୍ରୀ, ପୂର୍ବତନ ଟିଟିଲାଗଡ଼ ବିଧାୟକଙ୍କ ଟୁକୁନି ସାହୁଙ୍କ ଶ୍ୱଶୁର ଜଗବନ୍ଧୁ ସାହୁଙ୍କ ପରଲୋକ ନେଇ ଟିଟିଲାଗଡ଼ ସ୍ଥିତ ତାଙ୍କ ବାସଭବନରେ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଅଞ୍ଚଳ ସମେତ ରାଜ୍ୟର କୋଣ ଅନୁକୋଣରୁ ଦଳମତ ନିର୍ବିଶେଷରେ ନେତା, ବୁଦ୍ଧିଜୀବୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା l ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌରାଧ୍ୟକ୍ଷ ମମତା ଜୈନ, ଟିଟିଲାଗଡ଼ ନାଗରିକ ମଞ୍ଚ ସଭାପତି ରାଧାକାନ୍ତ ପାଢ଼ୀ, ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ଟିଟିଲାଗଡ଼ ନଗର ବିଜେପି ସଭାପତି ବୁଦ୍ଧିଆ ଆଚାର୍ଯ୍ୟ, ସ୍ଥାନୀୟ ବରିଷ୍ଠ କଂଗ୍ରେସ ନେତା ଡମ୍ବରୁ ଛତ୍ରିଆ, ସୁମନ୍ତ ବେହେରା, ଦେବାନନ୍ଦ ସାହୁଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ପହଞ୍ଚି ସ୍ୱର୍ଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ସହ ଶୋକାକୁଳ ପରିବାରକୁ ସମବେଦନା ଜଣାଇଥିଲେ l

ସେହିପରି ବିଗତ ସରକାରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁରେନ୍ଦ୍ର ସିଂଭୋଇ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ କଲିକେଶ ନାରାୟଣ ସିଂଦେଓ, ନର୍ଲା ବିଧାୟକ ମନୋରମା ମହାନ୍ତି, ପୂର୍ବତନ ବିଧାୟକ ସରୋଜ ମେହେର, ନିହାର ରଞ୍ଜନ ବେହେରା, ଅଜୟ ଦାଶ, ହଁସରାଜ ଜୈନ, ଜିଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା, ବରିଷ୍ଠ ବିଜେଡ଼ି ନେତା ଭବାନୀ ପ୍ରସାଦ ହୋତା, ଲକ୍ଷ୍ମଣ ମେହେର, ବିଜୟ ମହାନ୍ତି, ମୁନା ମହାନ୍ତି, ଲଳିତା ନାଏକ, ଅଜୟ ଦାଶ, ହଂସରାଜ ଜୈନ, ଗିରୀରାଜ ସିଂ, ନିରୁପମା ମାଝୀ, ବରିଷ୍ଠ ବିଜେପି ନେତା ଗୋପାଲଜୀ ପାଣିଗ୍ରାହୀ, ବରିଷ୍ଠ ବିଜେଡ଼ି ନେତା ପ୍ରେମ ଜୈନ, ଅରୁଣ ମିଶ୍ର, ରାଜେଶ ପ୍ରଧାନ, ବିକାଶ ପାଣିଗ୍ରାହୀ, ଦିଲୀପ ବାଗ, ଚନ୍ଦ୍ରବଦନ ପୁରୋହିତ, ବରିଷ୍ଠ ଆଇନଜୀବୀ କମ୍ବୁପାଣି ପାଢ଼ୀ, ରାମଗୋପାଲ ନାୟକ, ଶ୍ୟାମପ୍ରସାଦ ଗରିଆ, ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବିରବର ସାହୁ, ସୁଦାମ ମହାରଣା, ଜ୍ଞାନ ସରାଫଙ୍କ ସମେତ ଅନେକ ଜିଲା ପରିଷଦ ସଭ୍ୟସଭ୍ୟା, ସରପଞ୍ଚ, ସମିତି ସଭ୍ୟସଭ୍ୟା, ବୁଦ୍ଧିଜୀବୀ ଶୁଦ୍ଧିକ୍ରିୟାରେ ଯୋଗଦେଇଥିଲେ l ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତ୍ର ଜରିଆରେ ଅମର ଆତ୍ମାଙ୍କ ସଦଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି l
ଚିଫ୍ ଏଡିଟର- ତୀର୍ଥଙ୍କର ପଟେଲ