
ବ୍ଯୁରୋ:- ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ମାଁ ଘଣ୍ଟାସୁଣୀ ଲୋକ ଉତ୍ସବ ଅବସରରେ ଲୋକ ସାହିତ୍ୟ ଆଲୋଚନା ଓ କବିତା ପାଠ ସ୍ଥାନୀୟ ବାଳକ ହାଇସ୍କୁଲର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାହିତ୍ୟିକ ଭିକାରୀ ଚରଣ ମିଶ୍ରଙ୍କ ସଭାପତିତ୍ବ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲୋକ କଳା ସାହିତ୍ୟ ଓ ସଂସ୍କୃତିର ସାଂପ୍ରତିକ ଅସ୍ତିତ୍ବ ପ୍ରସଂଗ ଉପରେ ବିଭିନ୍ନ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ବ୍ଲକର ସାହିତ୍ୟିକ ଅଂଶ ଗ୍ରହଣ କରିଥିଲେ l ଆଲୋଚକ ଭାବରେ ଗୋୖତମ କ୍ଷେତି, ବିରଞ୍ଚି ନାରାୟଣ ଦାସ, ନାରାୟଣ ମିଶ୍ର, ଦିଲିପ କୁମାର ପସାୟତ ପ୍ରମୁଖ ପ୍ରାଚିନ ଲୋକ କଳା, ନୃତ୍ୟ, ବାଦ୍ୟ, ନାଟକ ଅଧୁନା ଯୁଗରେ ମଧ୍ୟ ନିଜ ଆଧିପତ୍ୟ ଜାରି ରଖିଥିବା ମତପ୍ରକାଶ କରିଥିଲେ । ଜ୍ୟୋତି ପ୍ରକାଶ ଗଡତ୍ଯା ସଭା ପରିଚାଳନା କରିଥିବା ବେଳେ ଟିକେଲାଲ ବେହେରା ସ୍ବାଗତ ସଂଭାଷଣ ଦେଇଥିଲେ ଏବଂ ନୀଳମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଅନ୍ନପୂର୍ଣ୍ଣା ନନ୍ଦ, ସୁଷମା ବେହେରା,ବନ୍ଦନା କର, ଜସ୍ମିନ ମିଶ୍ର ଏବଂ ଲକ୍ଷ୍ମୀ ପ୍ରିୟା ବଗର୍ତ୍ତିଙ୍କ ସଂଯୋଜନା ରେ ଅର୍ଦ୍ଧ ଶତାଧିକ କବି କବୟିତ୍ରୀ ଲୋକ କବିତା ଆବୃତ୍ତି କରିଥିଲେ।