
ବ୍ୟୁରୋ : ଟିଟିଲାଗଡ଼, ସ୍ବର୍ଗତ ବିଜେଡ଼ି ନେତା ଅଭିମନ୍ୟୁ ସାହୁଙ୍କ ପିତା ତଥା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁଙ୍କ ଶ୍ୱଶୁର ଜଗବନ୍ଧୁ ସାହୁ(79)ଙ୍କ ଟିଟିଲାଗଡ଼ ସ୍ଥିତ ବାସଭବନରେ ପରଲୋକ ହୋଇଛି l ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ସଜ୍ଜ୍ୟାଶାୟୀ ଥିବା ବେଳେ ବୁଧବାର ଭୋର 3.15ରେ ମୃତ୍ୟୁ ଘଟିଥିଲା l

ମୃତ୍ୟୁ ସଜ୍ଜ୍ୟାରେ ବୋହୁ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସାହୁ, ନାତୁଣୀ ଅର୍ପିତା, ଆଶ୍ରିତା, ଭାଇ ଭଗବାନ ସାହୁ, ଲକ୍ଷ୍ମୀଧର ସାହୁ, ବିଷ୍ଣୁ ସାହୁ, ଅଶ୍ୱିନୀ ସାହୁ, ଆଶୁତୋଷ ସାହୁ ପ୍ରମୁଖ ପରିଜନ ଉପସ୍ଥିତ ଥିଲେ l ସ୍ଥାନୀୟ ମୁକ୍ତିଧାମରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜୈଷ୍ଠ ନାତୁଣୀ ଅର୍ପିତା ମୁଖାଗ୍ନି ଦେଇଥିଲେ l


ଟିଟିଲାଗଡ଼ ନାଗରିକ ମଞ୍ଚ ସଭାପତି ରାଧାକାନ୍ତ ପାଢୀ, ବାର ସଂଘ ସଭାପତି ସଞ୍ଜୟ ବେହେରା, ବଲାଙ୍ଗିର ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ଜିଲା ସାମ୍ବାଦିକ ସଂଘ ସଭାପତି ଶିବପ୍ରସାଦ ପରିଡା, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ସୂର୍ଯ୍ୟ ଦାଶ, ପୂର୍ବତନ ଜିଲା ଓୟୁଜେ ସଭାପତି ଦୀପକ ସମ୍ମାଦାର, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ, ସିସିଆଇ ସଭାପତି ଈଶ୍ୱର ଜୈନ, କେପିଏସଏସ ସଭାପତି ଉପେନ୍ଦ୍ର ବାଗ, ହରିଶ ରାୟଥଟ୍ଟା ପ୍ରମୁଖ ଶେଷ ଦର୍ଶନ କରିଥିଲେ l ବରିଷ୍ଠ କଂଗ୍ରେସ ନେତା ସୁମନ୍ତ ବେହେରା, ବୀରେନ୍ଦ୍ର ବାଗ, ବରିଷ୍ଠ ବିଜେଡ଼ି ନେତା ଶ୍ୟାମପ୍ରସାଦ ଗରିଆ, ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ପୌର ଉପାଧ୍ୟକ୍ଷା ପୁଷ୍ପାମଞ୍ଜରୀ ଜାଲ, କାଉନସିଲର ବୁଦ୍ଧିଆ ଆଚାର୍ଯ୍ୟ, ଗୋପାଲକ୍ରିଷ୍ଣ ବେହେରା, ଜିଲା ପରିଷଦ ସଭ୍ୟା ଗୀତା ବିଶି, ପ୍ରେମ ଜୈନ, ଅରୁଣ ମିଶ୍ର, ପଙ୍କଜ ଅଗ୍ରୱାଲ, ରଘୁନାଥ ରଥ, ତୁଳସୀ ସାହୁ, ଦେବାଶିଷ ସୌରା, ବିକାଶ ପାଣିଗ୍ରାହୀ, ପ୍ରଦୀପ ବାଗ, ରଣଜିତ ପୃଷ୍ଟି, ଚନ୍ଦ୍ରବଦନ ପୁରୋହିତ, ସଞ୍ଜୀବ ସାହୁ, ଉମାକାନ୍ତ ରଣା, ଲାଲା ବର୍ମା, ନରେଶ ଅଗ୍ରୱାଲ,ବିପିନ ପୃଷ୍ଟି, ମୁନା ସାହୁ, ପ୍ରକାଶ ମହାନନ୍ଦ, ମୁନିରାମ ଖରସେଲ, ସୁଧିର ପଟ୍ଟନାୟକ, ବୁଲବୁଲ ମେହେର, ଯୋଗେଶ୍ୱର ଟାକ୍ରୀ,ବୁଲୁ ଆଚାର୍ଯ୍ୟ, ଦିଲୀପ ବେହେରା ପ୍ରମୁଖ ଶେଷକୃତ୍ୟ ବେଳେ ଉପସ୍ଥିତ ଥିଲେ l


ସେ ଜଣେ ପରୋପକାରୀ, ସ୍ନେହୀ, ମିଷ୍ଟଭାଷୀ ବ୍ୟକ୍ତି ଭାବରେ ଲୋକଙ୍କ ପ୍ରୀୟ ଭାଜନ ହୋଇପାରିଥିଲେ l ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି l ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ପୂର୍ବତନ ବିଧାୟକ ଆୟୁବ ଖାନ, ସରୋଜ ମେହେର ତଥା ଦଳର ବହୁ ତୁଙ୍ଗ ନେତା ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି l
ଏଡିଟର ଚିଫ୍- ତୀର୍ଥଙ୍କର ପଟେଲ